Categories: ଜାତୀୟ

ଭୋପାଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଇନ୍ଦୋର ଦୁର୍ଘଟଣାକୁ ନଜରରେ ରଖି ରୋଡ ଶୋ’ ବାତିଲ

ନୂଆଦିଲ୍ଲୀ,୧।୪: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟରେ ଭାଜପା ପକ୍ଷରୁ ରୋଡ ଶୋ’ ଏବଂ ଭବ୍ୟ ସ୍ବାଗତର ଯୋଜନା ହୋଇଥିଲା। ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ରାମ ନବମୀ ମହୋତ୍ସବରେ ଘଟିଥିବା ଦୁର୍ଘଟଣାକୁ ନେଇ ଭାଜପା ବାତିଲ କରିଦେଇଥିବା ଜଣାପଡିଛି। ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମିଳିତ କମାଣ୍ଡର ସମ୍ମିଳନୀରେ ଯୋଗଦେବେ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

Share