Categories: ଜାତୀୟ

ୟୁସିସି ପାଇଁ କେଉଁ ପ୍ରସ୍ତାବ ରହିଛି ପ୍ରଥମେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିବା ଆବଶ୍ୟକ: ସିବଲ…

ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ପରେ ରାଜନୀତି ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟସଭା ଏମପି କପିଲ ସିବଲ ଶନିବାର କହିଛନ୍ତି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଦେଶକୁ କହିବା ଉଚିତ ୟୁସିସି ପାଇଁ ପ୍ରସ୍ତାବ କ’ଣ ଏବଂ ସେ କେଉଁ ପ୍ରସଙ୍ଗରେ ସମାନତା ଚାହୁଁଛନ୍ତି।

ଯଦି କୌଣସି ପ୍ରସ୍ତାବ ନ ଆସେ, ୟୁସିସି ବିଷୟରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ। ଉତ୍ତରାଖଣ୍ଡର ସିଭିଲ କୋଡ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଲୋକମାନେ ଆଇନ ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ନୁହଁନ୍ତି, କିନ୍ତୁ ଆଲୋଚନା ଚାଲିଛି ।

 

Share