Categories: ଜାତୀୟ

୭-୮ ଜୁଲାଇରେ ୪ ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୭ ଏବଂ ୮ ତାରିଖରେ ୪ ଟି ରାଜ୍ୟ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଛତିଶଗଡ, ଉତ୍ତରପ୍ରଦେଶ, ତେଲଙ୍ଗାନା ଏବଂ ରାଜସ୍ଥାନକୁ ଗସ୍ତ କରିବେ। ଏହି ଯାତ୍ରା ଶୁକ୍ରବାର ସକାଳେ ରାୟପୁରରେ ଏକ କାର୍ଯ୍ୟକ୍ରମରୁ ଆରମ୍ଭ ହେବ। ଏଠାରେ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ପୂର୍ବାହ୍ନ ୧୧.୩୦ରେ ରାୟପୁରରେ ଏକ ସାଧାରଣ ସଭା କରିବେ। ଏହିପରି ସେ ଛତିଶଗଡରେ ଭାଜପାର ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧାରଣ ସଭାରେ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ଆମନ୍ତ୍ରଣ କରିବାକୁ ଭାଜପା ଲକ୍ଷ୍ୟ ରଖିଛି।
ଏହା ପରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଗୋରଖପୁର ଯିବେ। ସେଠାରେ, ଅପରାହ୍ନ ୨.୩୦ରେ ଗୀତା ପ୍ରେସର ଗୋରଖପୁରର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ। ନିକଟରେ ଗୀତା ପ୍ରେସ ଗୋରଖପୁରକୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଏହାପରେ ଗୋରଖପୁର ରେଳ ଷ୍ଟେଶନରେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇବେ। ତା’ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀ ଯିବେ। ସେଠାରେ ଅପରାହ୍ନ ୫ଟାରେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ସା ୭.୧୫ରେ ସ୍ଥାନୀୟ ଭାଜପା ନେତାଙ୍କ ସହ ଏକ ବୈଠକ ମଧ୍ୟ କରିବେ। ଏହା ପରେ ଶନିବାର ସକାଳେ ତେଲଙ୍ଗାନା ଯିବାର କାର୍ଯ୍ୟକ୍ରମ ରହିଛି।

 

Share