ବ୍ରିକ୍ସ ଶିଖର ସମ୍ମିଳନୀ: ବସୁଧୈବ କୁଟୁମ୍ବକମ ଆମ ଜୀବନଶୈଳୀର ଆଧାର, ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ମୋଦି

ଜୋହାନସବର୍ଗ,୨୪।୮: ବ୍ରିକ୍ସ-ଆଫ୍ରିକା ଆଉଟରିଚ ଏବଂ ବ୍ରିକ୍ସ ପ୍ଲସ ଡାଏଲଗକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୋର ବିଶ୍ୱାସ ଯେ ବ୍ରିକ୍ସ ଦେଶ ଏବଂ ଏଠାରେ ଉପସ୍ଥିତ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନେ ବହୁମୁଖୀ ବିଶ୍ୱକୁ ମଜବୁତ କରିବାରେ ସହଯୋଗ କରିପାରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲାଟିନ ଆମେରିକାରୁ ମଧ୍ୟ ଏସିଆ ପର୍ଯ୍ୟନ୍ତ, ପଶ୍ଚିମ ଏସିଆରୁ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ, ଇଣ୍ଡୋ ପାସିଫିକ ଠାରୁ ଇଣ୍ଡୋ ଆଟଲାଣ୍ଟିକ ପର୍ଯ୍ୟନ୍ତ ଭାରତ ସମସ୍ତ ଦେଶକୁ ଗୋଟିଏ ପରିବାର ଭାବରେ ଦେଖୁଛି। ବସୁଧୈବ କୁଟୁମ୍ବକମ ଅର୍ଥାତ୍‌ ସମଗ୍ର ବିଶ୍ୱ ଏକ ପରିବାର, ହଜାର ହଜାର ବର୍ଷ ଧରି ଏହା ଆମର ଜୀବନଶୈଳୀର ଆଧାର ହୋଇଆସୁଛି। ଏହା ମଧ୍ୟ ଆମର ଜି -୨୦ ଅଧ୍ୟକ୍ଷତାର ମୂଳ ମନ୍ତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଶାନ୍ତି ଫେରାଇ ଆଣିବା ପାଇଁ ଆଫ୍ରିକାରେ ମହିଳା ସମେତ ପ୍ରାୟ ୪,୪୦୦ ଭାରତୀୟ ଶାନ୍ତି ରକ୍ଷାକାରୀ ନିୟୋଜିତ ହୋଇଛନ୍ତି। ଆତଙ୍କବାଦ ଏବଂ ସମୁଦ୍ର ଡକାୟତି ବିରୋଧରେ ଆମେ ଆଫ୍ରିକା ସହିତ କାର୍ଯ୍ୟ କରୁଛୁ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଫ୍ରିକା ସହ ସମ୍ପର୍କକୁ ଭାରତ ସର୍ବାଧିକ ଗୁରୁତ୍ୱ ଦେଇଛି। ଆଫ୍ରିକାରେ ଆମେ ୧୬ଟି ନୂଆ ମିଶନ ଖୋଲିଛ। ଆଜି ଭାରତ ଆଫ୍ରିକାର ଚତୁର୍ଥ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ଏବଂ ପଞ୍ଚମ ବୃହତ୍ତମ ନିବେଶକ ଅଟେ।
୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି।

Share