Categories: ଜାତୀୟ

ଆଜି ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୯।୧୧:ଉତ୍ତରପ୍ରଦେଶ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରିବେ। ସେ ସକାଳ ନଅଟା ବେଳେ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁ ନାନକ ପ୍ରକାଶ ପର୍ବ ଅବସରରେ ପିଏମ୍‌ଓ କାର୍ଯ୍ୟାଳୟ ଦ୍ୱାରା ଏହି ବିଷୟରେ ସୂଚନା ଦିଆଯାଇଛି। କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଟୁଇଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିର ମହୋବାଠାରେ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବାକୁ ଯାଉଛନ୍ତି। ଏହା ପରେ, ସାରେ ସେ ଝାନସିରେ ଥିବା ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବରେ ଯୋଗଦେବେ, କିନ୍ତୁ ସର୍ବପ୍ରଥମେ ସେ ସକାଳ ନଅଟା ବେଳେ ଦେଶକୁ ଏକ ବାର୍ତ୍ତା ଦେବାକୁ ଯାଉଛନ୍ତି।
ଦେଶକ ପ୍ରଧାନମନ୍ତ୍ରୀଙ୍କର ଏହା ଏକାଦଶ ତମ ବାର୍ତ୍ତା ହେବ। ଏହା ପୂର୍ବରୁ ୨୨ ଅକ୍ଟୋବର ୨୦୨୧ ରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିଥିଲେ।

Share