Categories: ଜାତୀୟ

ମାର୍କସିଟକୁ ‘ପ୍ରେସର ସିଟ୍‌’ କହିଲେ ମୋଦି: ଏହାଦ୍ୱାରା ଛାତ୍ରଙ୍କର ମୂଲ୍ୟାଙ୍କନ ନ ହେଉ

ନୂଆଦିଲ୍ଲୀ,୧୧ ।୯: ରାଷ୍ଟ୍ରୀୟ ଶିକ୍ଷାନୀତି ବା ନ୍ୟାଶନାଲ ଏଜୁକେଶନ ପଲିସି(ଏନ୍‌ଇପି)୨୦୨୦ ଆସିବା ପରେ ଏବେ ଏହା ଉପରେ ପୂରା ଧ୍ୟନ ଦିଆଯାଉଛି । ଏହାରି ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨୧ଶତାଦ୍ଦୀରେ ସ୍କୁଲ ଶିକ୍ଷାକୁ ନେଇ ସାରା ଦେଶର ଶିକ୍ଷକମାନଙ୍କ ସହ ଭର୍ଚୁଆଲ ବୈଠକ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ଭାରତର, ନୂଆ ଆଶାର, ନୂଆ ଆବଶ୍ୟକତାର ମାଧ୍ୟମ ଅଟେ । ଏହା ପଛରେ ଗତ ୪-୫ ବର୍ଷର ଶ୍ରମ ଯୋଡି ହୋଇ ରହିଛି । ଏବେ ଛାତ୍ରଙ୍କ ପାଇଁ ମାର୍କସିଟ୍ ପ୍ରେସର ସିଟ୍ ହୋଇଯାଇଥିବା ବେଳେ ଏହା ଅଭିଭାବକଙ୍କ ପାଇଁ ପ୍ରେଷ୍ଟିଜ ସିଟ୍ ହୋଇଯାଇଛି । ହେଲେ ରାଷ୍ଟ୍ରୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ଏହାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା । ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସମସ୍ତ ଦାୟିତ୍ୱବାନ ଲୋକଙ୍କ ପାଖରେ ପହଞ୍ଚାଇବାକୁ ‘ଶିକ୍ଷା ପର୍ବ’ ର ଆୟୋଜନ କରାଯାଇଛି ଏହା ୨୫ ସେପେମ୍ବର ପର୍ଯ୍ୟନ୍ତ ଚାଲିବ । ଏବେ ଆଉ ଛାତ୍ରଙ୍କୁ ମାର୍କସିଟ୍ ମାଧ୍ୟମରେ ମୂଲ୍ୟାୟନ କରି ସେମାନଙ୍କ ଉପରେ ଚାପ ପକାଇବାର ସମୟ ଯାଇଛି ବୋଲି ମୋଦି କହିଛନ୍ତି ।

Share