Categories: ଜାତୀୟ

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲେ ଖୋଲି ଯାଇଥାଆନ୍ତା ବିରୋଧୀଙ୍କ ଅହଂକାରୀ ମେଣ୍ଟର ମୁଖା: ମୋଦିି

ନୂଆଦିଲ୍ଲୀ,୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଆଞ୍ଚଳିକ ପଞ୍ଚାୟତ ରାଜ ପରିଷଦକୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଦେଶ ଦେଖିଛି ଯେ ବିରୋଧୀଦଳପାର୍ଲାମେଣ୍ଟରୁ ପଳାୟନ କରିଛନ୍ତି। ଯଦି ଏମାନେ ସେଠାରେ ରହିଥାନ୍ତେ, ତେବେ ସେମାନଙ୍କର ଅହଂକାରୀ ମେଣ୍ଟର ମୁଖ୍ୟା ଖୋଲି ଥାଆନ୍ତା।

ଗୁରୁବାର ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସରକାର ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ କଥାବାର୍ତ୍ତା କରୁଥିଲେ, ସେତେବେଳେ ବିରୋଧୀ ଦଳ ଗୃହରୁ ବାହାରି ଯାଇଥିଲେ। ଆଜି ପଶ୍ଚିମବଙ୍ଗରେ ସମାନ ଘଟଣା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ଗୁରୁବାର ବିରୋଧୀ ଦଳର ପଦକ୍ଷେପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ସେମାନଙ୍କର ଏହା ପୁରୁଣା ଅଭ୍ୟାସ, ଦୁର୍ବ୍ୟବହାର କରିବା ପରେ ପଳାଇ ଯାଇ ଅଳିଆ ଫିଙ୍ଗିଦିଅ। ଶୁଣିବାକୁ ସେମାନଙ୍କର ଧୈର୍ଯ୍ୟ ନାହିଁ।

Share