Categories: ଜାତୀୟ

ପରିବାରବାଦକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି

କାସଗଞ୍ଜ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାସଗଞ୍ଜର ପଟିୟାଲିରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜି ପଣ୍ଡିତ ଦିନଦୟାଲଙ୍କ ପୂଣ୍ଣ୍ୟତିଥି । ପଣ୍ଡିତ ଦିନଦୟାଲଙ୍କ ସାରା ଜୀବନ ଦେଶ ସେବାରେ ସମର୍ପିତ ହୋଇଥିଲା । ଗରିବଙ୍କ ଜୀବନରେ ସୁଧାର ଆଣିବାକୁ ସେ ସର୍ବଦା ଉଦ୍ୟମ କରୁଥିଲେ । ଏହି ସମୟରେ କଲ୍ୟାଣସିଂଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ତାଙ୍କର ପ୍ରେରଣା ଯୋଗୁ ଭାରତୀୟ ଜନତା ପାର୍ଟି(ଭାଜପା) ନିରନ୍ତର ଗରିବ, ଦଳିତଙ୍କ ସେବାରେ ଲାଗି ରହିଛି । ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ଏଥିରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବାରୁ ମୋଦି ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଫଳଫଳ ଆସିଲେ ଭାଜପାର ହିଁ ବିଜୟ ହୋଇଥିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବିରୋଧଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ମତଦାନ ପରେ ନେତାଙ୍କ ମୁହଁରୁ ହସ ଉଭେଇ ଯାଇଛି । ଯୋଗୀ କ’ଣ କରିଦେଲେ ଜନତାଙ୍କର । ଏମାନେ ସବୁ ପରିବାରବାଦୀ । ସେମାନେ କେବଳ ନିଜର ଟ୍ରେଜେରୀ ଭରିବାରେ ବ୍ୟସ୍ତ । ଏବେ ସେମାନେ ଜାଣି ସାରିଲେଣି କି ଡଙ୍ଗା ବୁଡିଲାଣି । ତେଣୁ ଏବେଠାରୁ ସେମାନେ ଇଭିଏମ୍‌, ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଲେଣି । ଯେତେବେଳେ କ୍ରିକେଟରେ ୱିକେଟ ମିଳି ନ ଥାଏ ସେତେବେଳେ ବୋଲର ଆଉଟ ଆଉଟ କହି ଚିତ୍କାର କରିବା ପରିସ୍ଥିତି ଏମାନଙ୍କର ଆସିଯାଇଛି । ନଚେତ ବୋଲର ଅମ୍ପାୟର ଉପରେ ରାଗି ଯାଇଥାଏ । ଏବେ ଉତ୍ତର ପ୍ରଦେଶକୁ ଗୁଣ୍ଡାରାଜ ଆବଶ୍ୟକ ନାହିଁ । ଏମିତି କହି ମୋଦି ବିରୋଧି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

Share