Categories: ଜାତୀୟ

ଧାରା ୩୭୦, ତିନ ତଲାକ କଥା ପଚାରିବାକୁ ମୋଦି କହିଲେ ନିର୍ବାଚନ ଲଢିବାର ଅଛିକି

ନୂଆଦିଲ୍ଲୀ,୧୨ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନସିଂ ଜରିଆରେ ମଧ୍ୟପ୍ରଦେଶରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ରେ ନିର୍ମାଣ କରାଯାଇଥିବା ୧.୭୫ ଲକ୍ଷ ଘରର ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତ ରହିଥିଲେ । ଏହାସହ ଏହି ଯୋଜନାରେ ଲାଭ ପାଇଥିବା ହୀତାଧିକାରୀଙ୍କ ସହ ମୋଦି କଥା ହୋଇଥିଲେ । ଏହି ସମୟରେ ଗୋୟାଲିୟର ଜଣେ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ସମୟରେ ଧାରା ୩୭୦ ଓ ତିନ ତଲାକ କଥା ଉଠାଇବାରୁ ମୋଦି ତାଙ୍କୁ କହିଥିଲେ ତୁମର ନିର୍ବାଚନ ଲଢିବାର ଯୋଜନା ରହିଛି କି । ଏହାପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଆଜି ଲୋକେ ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବାକୁ ଅପେକ୍ଷା ରଖୁଛନ୍ତି ।

Share