Categories: ଜାତୀୟ

ଆମ୍ବେଦକରଙ୍କୁ ମନେପକାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୪: ଆଜି ଦେଶର ସମ୍ବିଧାନ ରଚୟତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  ପ୍ରଧାନମନ୍ତ୍ରୀ ଟୁଇଟରେ ଲେଖିଛନ୍ତି, ଆମ୍ବେଦକର ଜୟନ୍ତୀ ଅବସରରେ ମୁଁ ଡା. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସଂଗ୍ରାମ ମାଧ୍ୟମରେ ସେ ସମାଜର ସୁବ ବର୍ଗର ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ କାର୍ଯ୍ୟ କରିଥିଲେ, ଯାହା ପ୍ରତ୍ୟେକ ପିଢ଼ି ପାଇଁ ଏକ ଉଦାହରଣ।
ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ଟୁଟ୍‌ରେ ଲେଖିଛନ୍ତି, ଭାରତୀୟ ସମ୍ବିଧାନର ମୁଖ୍ୟ ଶିଳ୍ପୀ ଡା. ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ଏକ ସମାନ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଡକ୍ଟର ଆମ୍ବେଦକର ସାରା ଜୀବନ ସଂଗ୍ରାମ କରିଥିଲେ। ଆଜି, ତାଙ୍କ ଆଦର୍ଶ ଏବଂ ଚିନ୍ତାଧାରାରୁ ଶିକ୍ଷା ଗ୍ରହଣ କରି ଆମ ଆଚରଣରେ ପରିବର୍ତ୍ତନ କରିବାକୁ ସଂକଳ୍ପ ନିଅନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି।

Share