Categories: ଜାତୀୟ

ଭୋଟରଙ୍କୁ କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସହାରନପୁରରେ ଏକ ବଡ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଯେତେବେଳେ ସେ ଏହି ରାଲିରେ ଭାଷଣ ଦେଉଥିଲେ ସେତେବେଳେ ରାଲି ସ୍ଥାନରୁ ଭୋଟ ଗ୍ରହଣ ଅଞ୍ଚଳ ମାତ୍ର ୬୦ କିଲୋମିଟର ଦୂର ଥିଲା । ଏହି ସମୟରେ ମୋଦି ଉତ୍ତର ପ୍ରଦେଶରେ ଅନଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନର ମତଦାତାଙ୍କୁ କ୍ଷମା ମାଗିଥିଲେ ।
ନିର୍ବାଚନ ଘୋଷଣା ହେବା ପରେ ଏହା ମୋଦିଙ୍କର ପ୍ରଥମ ରାଲି ଥିଲା । ସାହାରନପୁରରେ ମା’ ଦୁର୍ଗାଙ୍କୁ ପ୍ରଣାମ କରି ମୋଦି ତାଙ୍କର ଭାଷଣ ଆରମ୍ଭ କରିଥିଲେ । ମୋଦି କହିଥିଲେ ଯେଉଁଠି ମା’ ଦୁର୍ଗାଙ୍କର ଚାରି ରୂପୂକୁ ଦର୍ଶନ କରିହୁଏ ସେଠାକାର ସବୁ ମା’ ଓ ଭଉଣୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ମୋଦି କହିଛନ୍ତି, ମୋତେ ଖୁସି ଲାଗୁଛି ଯେ ପ୍ରତ୍ୟେକ୍ଷ ଭାବେ ପ୍ରଚାର ବାହାନାରେ ଆପଣମାନଙ୍କ ସହ ଦର୍ଶନ ହୋଇଗଲା । ଆଉ ଏହାରିଠାରୁ ଅର୍ଥାତ୍ ଶାହାରନପୁରରୁ ମୋର ପ୍ରଚାର କାର୍ଯ୍ୟ ଆରମ୍ଭ ହେଲା ବୋଲି ସେ କହିଛନ୍ତି । ତେବେ ମୁଁ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟରଙ୍କୁ କ୍ଷମା ମାଗୁଛି । କାରଣ ମୋର କର୍ତ୍ତବ୍ୟ ଥିଲା ଯେ ତାରିଖ ଘୋଷଣା ପରେ ମୁଁ ସେଠାକୁ ଯାଇ ଜନତାଙ୍କ ସହ ସାକ୍ଷାତ୍ କରିଥାଆନ୍ତି । ହେଲେ ନିର୍ବାଚନ କମିଶନଙ୍କ ପ୍ରତିବନ୍ଧକ ଯୋଗୁ ତାହା ହୋଇ ପାରିଲା ନାହିଁ । ତେଣୁ ମୁଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟରଙ୍କୁ କ୍ଷମା ମାଗୁଛି ।

Share