Categories: ଜାତୀୟ

ଜଳବାୟୁ ପରିବର୍ତ୍ତନକୁ ନେଇ ଏକଜୁଟ ହେବା ଆବଶ୍ୟକ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୧୫ତମ ଜି -୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ମୋଦି ତାଙ୍କ ଭାଷଣରେ ଜଳବାୟୁ ପରିବର୍ତ୍ତନ ସମେତ ପରିବେଶ ଭଳି ଅନେକ ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢି଼ିବା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ କେବଳ ବନ୍ଦ ଦ୍ୱାର ପଛରେ ନୁହେଁ ବରଂ ଏକୀକୃତ, ବ୍ୟାପକ ଏବଂ ସାମଗ୍ରିକ ଢଙ୍ଗରେ ଲଢେଇ କରାଯିବା ଉଚିତ। ନାଗରିକ ତଥା ଅର୍ଥନୀତିକୁ ମହାମାରୀରୁ ରକ୍ଷା କରିବା ଉପରେ ଆମର ଧ୍ୟାନ ରହିଛି, କିନ୍ତୁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢେଇ ଉପରେ ଧ୍ୟାନ ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,୨୦୩୦ ସୁଦ୍ଧା ଆମେ ୨୬ ନିୟୁତ ହେକ୍ଟର ଅବନତି ହୋଇଥିବା ଜମିକୁ ସଂଶୋଧନ କରିବାର ଲକ୍ଷ୍ୟ ସ୍ଥିର କରିଛୁ। ଆମେ ଏକ ଗୋଲାକାର ଅର୍ଥନୀତିକୁ ପ୍ରେତ୍ସାହିତ କରୁଛୁ। ପରିବେଶ ସହ ସୁସମ୍ପର୍କରେ ବଞ୍ଚିବାର ପାରମ୍ପରିକ ନୈତିକତା ପ୍ରତି ମୋ ସରକାରଙ୍କ ପ୍ରତିବଦ୍ଧତା ହେତୁ ଭାରତ ସ୍ବଳ୍ପ ଅଙ୍ଗାରକାମ୍ଳ ଏବଂ ଜଳବାୟୁ-ସ୍ଥିର ବିକାଶ ପନ୍ଥା ଆପଣାଇଛି। ଭାରତ କେବଳ ଆମର ପ୍ୟାରିସ ଚୁକ୍ତିନାମାଗୁଡିକର ଲକ୍ଷ୍ୟ ପୂରଣ କରୁନାହିଁ, ବରଂ ଏହା ଆଗରେ ମଧ୍ୟ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ବହୁ ପ୍ରତୀକ୍ଷିତ ଏହି ସମ୍ମିଳନୀରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Share