ନୂଆଦିଲ୍ଲୀ,୧୮ ।୧୦: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଚଳିତବର୍ଷ ବି ଦିପୋତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଅଯୋଧ୍ୟାରେ ୨୩ ଅକ୍ଟୋବରରେ ଦିପୋତ୍ସବ କାର୍ଯ୍ୟକ୍ରମ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଏହା ବ୍ୟତୀତ ମୋଦି ଭଗବାନ ରାମଙ୍କ ରାଜ୍ୟାଭିଷେକରେ ମି ସାମିଲ ହେବେ । ମୋଦିଙ୍କ ଗସ୍ତକୁ ନଜରରେ ରଖି ଅଯୋଧ୍ୟାରେ ଦିପୋତ୍ସବର ପ୍ରସ୍ତୁତି ଖୁବ ଧୁମଧାମରେ କରାଯାଉଛି ।