Categories: ଜାତୀୟ

ଢୋଲ ବଜାଇଲେ ମୋଦି

ନୂଆଦିଲ୍ଲୀ,୨୪ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରଙ୍ଗୋଲି ବିହୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ପକ୍ଷରୁ ଦିଲ୍ଲୀ ସ୍ଥିତ ତାଙ୍କ ଘରେ ଆୟୋଜନ କରାଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ମୋଦି ଢୋଲ ବଜାଇବା ସହ ଆସାମର ଡୋଲକରଙ୍କ ସହ ମିଶି କିଛି ସଙ୍ଗିତରେ ବାଦ୍ୟଯନ୍ତ୍ରରେ ହାତ ପକାଇଥିଲେ । ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଆସାମର କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ବିହୁ ନୃତ୍ୟ ଓ ଲୋକ ନୃତ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ ମୋଦି । ବିହୁ ଡ୍ୟାନ୍ସ ସହ କିଛି ପ୍ରଦର୍ଶନ ବି ଦେଖିଥିଲେ । ଏହାସହ ଉକ୍ତ କାର୍ଯ୍ୟକ୍ରମରେ ଥିବା କଳାକାର ଓ ଅତିଥିଙ୍କ ସହ କଥା ବି ହୋଇଥିଲେ ମୋଦି ।
ସୂଚନାଯୋଗ୍ୟ, ରଙ୍ଗୋଲି ବିହୁ ଯାହା ଆସାମ ନବବର୍ଷ ସହ ପଡିଥାଏ, ଏହା ୧୪ ଏପ୍ରିଲରୁ ଏକ ସପ୍ତାହ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଏଥିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ପ୍ରାୟ ୨ ବର୍ଷ ହେବ ଏହା ଫିକା ପଡିଥିବା ବେଳେ ଏବେ ପୁଣିଥରେ ଲୋକେ ବଡ ଉତ୍ସାହର ସହ ଏହାକୁ ପାଳନ କରିଛନ୍ତି ।

Share