Categories: ଜାତୀୟ

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ରୋଡ ଶୋ’, ଜୟ ଶ୍ରୀ ରାମ ନାରା ସହିତ କରାଗଲା ସ୍ବାଗତ

ଲକ୍ଷ୍ନୌ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚିବା ପରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଏହି ସମୟରେ ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ସହିତ ସ୍ବାଗତ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ପୁନଃ ନିର୍ମାଣ ରେଳ ଷ୍ଟେଶନ ଏବଂ ନୂତନ ବିମାନବନ୍ଦରର ଉଦ୍‌ଘାଟନ କରିବେ। ଏହା ବ୍ୟତୀତ ଅଯୋଧ୍ୟା ସମେତ ୟୁପିକୁ ୧୫,୦୦୦ କୋଟି ଟଙ୍କା ଉପହାର ଦେବେ। ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ଏବଂ ତାଙ୍କୁ ଫୁଲ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରକୁ ଫୁଲ, ଫଟୋ ଏବଂ ସ୍ତମ୍ଭରେ ସଜାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଛବି ମଧ୍ୟ ସବୁ ସ୍ଥାନରେ ଲଗାଯାଇଛି। ଏଥିସହିତ ସହରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃ୍‌ଦ୍ଧି କରାଯାଇଛି।

Share