Categories: ଜାତୀୟ

୬ ବନ୍ଦେ ଭାରତ ସମେତ ୮ ଟ୍ରେନକୁ ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟାରେ ଏକ ଗ୍ରାଣ୍ଡ ରୋଡ ଶୋ’ କରିଛନ୍ତି। ଯେଉଁଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକମାନେ ତାଙ୍କ ଉପରେ ଫୁଲ ବର୍ଷା କରିଛନ୍ତି ଏବଂ ଜୟ ଶ୍ରୀ ରାମ ନାରା ଦେଇ ସ୍ବାଗତ ଜଣାଇଛନ୍ତି। ରୋଡ ଶୋ’ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନଃ ବିକଶିତ ଅଯୋଧ୍ୟା ରେଳ ଷ୍ଟେଶନର ଉଦ୍‌ଘାଟନ କରିଛନ୍ତି। ଦୁଇଟି ନୂଆ ଅମୃତ ଭାରତ ଏବଂ ୬ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ସବୁଜ ପତାକା ଦେଖାଇଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅନ୍ୟାନ୍ୟ ରେଳ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିଛନ୍ତି। ଏହି ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

Share