ନୂଆଦିଲ୍ଲୀ,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଢାକା ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ। ବାଂଲାଦେଶ ଗଠନର ୫୦ ବର୍ଷ ପୂରଣ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ। ଢାକା ବିମାନବନ୍ଦରରେ ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ବାଗତ କରିବେ। ବାଂଲାଦେଶ ଗଠନରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ଏହି ବିଶେଷ ଉତ୍ସବରେ ଯୋଗ ଦେଉଛନ୍ତି। ମୋଦିଙ୍କ ଗସ୍ତ ପୂର୍ବରୁ ବାଂଲାଦେଶକୁ ଖୁବ୍ ସୁନ୍ଦର ଭାବେ ସଜାଯାଇଛି, ଢାକାରେ ଏକ ଉତ୍ସବର ମାହୋଲ ରହିଛି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ପ୍ରଥମ ଦିନରେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, ଦୀର୍ଘ ଏକ ବର୍ଷ ପରେ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ।