Categories: ଜାତୀୟ

ୟୁଟ୍ୟୁବ୍‌ରେ ବିଶ୍ୱର No1 ନେତା ପାଲଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା ଭାବେ ୟୁଟ୍ୟୁବ୍‌ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସର ଉପଲବ୍ଧି ହାସଲ କରିଛନ୍ତି। ତାଙ୍କର ଭିଡିଓଗୁଡ଼ିକ ୪୫୦ କୋଟି ଥର ଦେଖାଯାଇଥିବା ବେଳେ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଏବଂ ରାଜନୈତିକ ନେତାମାନଙ୍କ ଦ୍ୱାରା ୟୁଟ୍ୟୁବରେ ପୋଷ୍ଟ କରାଯାଇଥିବା ଭିଡିଓର ଗୁଣବତ୍ତା ମାମଲାରେ ସବୁଠାରୁ ଆଗରେ ରହିଛି। ଏକମାତ୍ର ନେତା ଭାବେ ନିଜର ବ୍ୟକ୍ତିଗତ ଚ୍ୟାନେଲରେ ସେ ସର୍ବାଧିକ ସବସ୍କ୍ରାଇବର୍ସ ହାସଲ କରିବାର ଗୌରବ ହାସଲ କରିଛନ୍ତି। ତାଙ୍କୁ ବାଦ ଦେଲେ ଦ୍ୱିତୀୟ ସ୍ଥାନରେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜେୟର ବୋଲ୍ସନୋରା ଅଛନ୍ତି, ଯାହାଙ୍କ ସବସ୍କ୍ରାଇବର୍ସ ସଂଖ୍ୟା ରହିଛି ୬୪ ଲକ୍ଷ। ତାଙ୍କ ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍‌ସ୍କି ୧.୧ ମିଲିୟନ ସବସ୍କ୍ରାଇବର୍ସ ସହ ପଛରେ ରହିଛନ୍ତି। ତେବେ ମୋଦିଙ୍କ ଏହି ଉପଲବ୍ଧି ଦେଶ ତଥା ବିଦେଶରେ ତାଙ୍କର ରାଜନୈତିକ ପ୍ରଭାବକୁ ଦର୍ଶାଉଥିବା କୁହାଯାଉଛି।

Share