ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ପଠାଉଛନ୍ତି। କଙ୍ଗନା ରାନାୱତ, ଅନୁପମ ଖେର, ପରେଶ ରାୱଲ, ଟାଇଗର ଶ୍ରଫ ଏବଂ ରିତେଶ ଦେଶମୁଖଙ୍କ ସମେତ ଅନେକ ବଡ ତାରକା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଜକୁମାର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି- ଜନ୍ମଦିନର ଶୁଭେଚ୍ଛା ପ୍ରିୟ @narendramodi ji ଏବଂ ଜି-୨୦ର ସଫଳତା ପାଇଁ ଅନେକ ଅଭିନନ୍ଦନ । ଭଗବାନ ଆପଣଙ୍କୁ ଦୀର୍ଘ ଜୀବନ ଏବଂ ସମସ୍ତ ସୁଖ ଦିଅନ୍ତ। ଏହିପରି, ଆପଣ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଥାଆନ୍ତୁ। ଜୟ ହିନ୍ଦ।

Share