Categories: ଜାତୀୟ

ସ୍ବାଧିନତା ଦିବସ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଡିପି ବଦଳାଇ ତ୍ରିରଙ୍ଗା ଲଗାଇ ଜନତାଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରବିବାର ଟୁଇଟ କରି ଦେଶ ସହ ସମ୍ପର୍କକୁ ଆହୁରି ଗଭୀର କରିବାରେ ସହଯୋଗ କରୁଥିବାବେଳେ ଏହି ପଦକ୍ଷେପ ନେବାକୁ ଲୋକଙ୍କୁ କହିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟର ହ୍ୟାଣ୍ଡେଲରୁ ଏକ ପୋଷ୍ଟରେ ସେ କହିଛନ୍ତି, ‘ହର ଘର ତ୍ରିରଙ୍ଗା ଆନ୍ଦୋଳନର ଭାବନା ଅନୁଯାୟୀ, ଆସନ୍ତୁ ଆମର ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ଡିପି ପରିବର୍ତ୍ତନ କରିବା ଏବଂ ଦେଶ ସହ ଆମର ସମ୍ପର୍କକୁ ମଜବୁତ ତଥା ଗଭୀର କରିବାରେ ସହଯୋଗ କରିବା। ସ୍ବାଧୀନତା ଦିବସରେ ସେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକ ଏବଂ ଟୁଇଟରର ଡିପି ବଦଳାଇଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଡିପିରେ ତ୍ରିରଙ୍ଗା ପତାକାର ଫଟୋ ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଲାଲ କିଲାରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରାୟ ୧୭୦୦ ବିଶେଷ ଅତିଥି ଯୋଗଦେବେ।

Share