ପୁରସ୍କାର ପାଇବା ପରେ ଗ୍ରୀସ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଏଥେନ୍ସ,୨୫।୮: ଗ୍ରୀସ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରିଛି। ଏଥେନ୍ସରେ ଗ୍ରୀସର ରାଷ୍ଟ୍ରପତି କାଟେରିନା ଏନ. ସାକେଲାରାପୋଲୁ ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇଁ ଗ୍ରୀସକୁ ଧନ୍ୟବାଦ ଜଣାଇଛନ୍ତି। ସେ ଟୁଇଟରରେ ଲେଖିଛନ୍ତି, ମୁଁ ରାଷ୍ଟ୍ରପତି କାଟେରିନା ଏନ, ଗୀସ ସରକାର, ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଏହା ଗ୍ରୀସବାସୀଙ୍କ ଭାରତ ପ୍ରତି ସମ୍ମାନ ଦର୍ଶାଉଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରି ଶୁକ୍ରବାର ଗ୍ରୀସରେ ପହଞ୍ଚିଛନ୍ତି। ସୋରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

Share