Categories: ଜାତୀୟ

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି: ବିଜେତା ଦଳକୁ ମିଳିବ ୧ କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆ ଦଳକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ ଟାଇଟଲ ଜିତିଛି। ଏହି ବିଜୟ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଷ ବ୍ୟାଡମିଣ୍ଟନ ଦଳକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି।
ପୁରୁଷ ବ୍ୟାଡମିଣ୍ଟନ ଦଳର ଏହି ବିଜୟ ପରେ ମୋଦି ଟୁଇଟ୍‌ କରି କହିଛନ୍ତି, ଭାରତୀୟ ବ୍ୟାଡମିଣ୍ଟନ ଦଳ ଇତିହାସ ସୃଷ୍ଟି କରିଛି। ଭାରତ ଥୋମାସ କପ ଜିତିବା ପରେ ସମଗ୍ର ଦେଶ ଉତ୍ସାହିତ ଅଛି। ଆମର ଦଳକୁ ଅଭିନନ୍ଦନ ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା। ଏହି ବିଜୟ ଅନେକ ଆଗାମୀ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ। ଏଥିସହ ଥୋମାସ କପ ବିଜେତା ଦଳକୁ କ୍ରୀଡ଼ା ମନ୍ତ୍ରଣାଳୟ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛି।
ରବିବାର ଏକପାଖିଆ ଫାଇନାଲରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ ଟାଇଟଲ ଜିତି ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସର ପୃଷ୍ଠାରେ ନିଜ ନାମ ସ୍ଥାନିତ କରିଛି। ଭାରତୀୟ ଦଳ ଟୁର୍ନାମେଣ୍ଟ ଇତିହାସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦର୍ଶନ କରିଛି।

Share