Categories: ଜାତୀୟ

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇ କର୍ନାଟକର ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରାଯାଇଛି। ମହମ୍ମଦ ରସୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ ହୋଇଥିବା ଏକ ଭିଡିଓ ମାଧ୍ୟମରେ ଏହି ଧମକ ଦେଇଛନ୍ତି। ଯେଉଁଥିରେ ସେ ଖଣ୍ଡା ହଲାଉଥିବାର ନଜର ଆସିଛନ୍ତି ଏବଂ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର କ୍ଷମତାକୁ ଆସନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବେ।

ସୁରପୁର ପୋଲିସ ଷ୍ଟେଶନରେ ମହମ୍ମଦ ରସୁଲଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଛନ୍ତି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଆର୍ମସ ଆକ୍ଟ ଧାରା ୫୦୫ (୧) (ବି) ଅନୁଯାୟୀ ମାମଲା ରୁଜୁ ହୋଇଛି ।

Share