Categories: ଜାତୀୟ

ସ୍ୱଦେଶ ଫେରିଲେ ମୋଦି

ନୂଆଦିଲ୍ଲୀ,୫ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ ୟୁରୋପ ଗସ୍ତ ଶେଷ ହୋଇଛି । ବୁଧବାର ସେ ଏହି ଗସ୍ତ ଶେଷ କରି ଫ୍ରାନ୍ସରୁ ସ୍ୱଦେଶ ଫେରିଛନ୍ତି । ପ୍ୟାରିିସ ଗସ୍ତ ସମୟରେ ମୋଦି ଫ୍ରାନ୍ସର ନବ ନିର୍ବାଚିତ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରନଙ୍କୁ ଭେଟିଥିଲେ । ଏହି ସମୟରେ ପ୍ରତିରକ୍ଷା, ମହାକାଶ ଓ ଅସୈନ୍ୟ ପରମାଣୁ ଓ ଜନତାଙ୍କ ମଧ୍ୟରେ ସମ୍ପର୍କ ସହ କ୍ଷେତ୍ରୀୟ ଓ ବିଭିନ୍ନ ଦ୍ୱିପାକ୍ଷିକ ବିଷୟବସ୍ତୁ ଉପରେ ଚର୍ଚ୍ଚା ହୋଇଥିଲା ।
ଫ୍ରାନ୍ସରୁ ଫେରିବା ପୂର୍ବରୁ ମୋଦି ଟୁଇଟ୍ କରି ଜଣାଇଛନ୍ତି କି ଇମ୍ୟାନୁଏଲଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିବାର ସୁଯୋଗ ମିଳିଲା ।

Share