Categories: ଜାତୀୟ

ମୋଦିଙ୍କ ତିନି ଦିନିଆ ୟୁରୋପ ଗସ୍ତ

ନୂଆଦିଲ୍ଲୀ,୨ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦିନିଆ ୟୁରୋପ ଗସ୍ତରେ ସୋମବାର ସକାଳୁ ଜର୍ମାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ପ୍ରଥମେ ମୋଦି ବର୍ଲିନରେ ପହଞ୍ଚିବେ । ସେଠରେ ସେ ଭାରତ-ଜର୍ମାନୀ ସହଯୋଗକୁ ମଜଭୁତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ସୋମବାର ବର୍ଲିନ, ଜର୍ମାନୀ ପହଞ୍ଚିବେ, ସେଠାରେ ସେ ଜର୍ମାନ ଚାନସଲର ଓଲାଫ ସ୍କୋଲ୍‌ଜଙ୍କ ସହ ଷଷ୍ଠ ଭାରତ-ଜର୍ମାନୀ ଇଣ୍ଟର ଗଭର୍ନମେଣ୍ଟଲ କନସଲଟେଶନ(ଆଇଜିସି)ରେ ଭାଗ ନେବେ । ଅନ୍ୟ ଉଚ୍ଚ ସ୍ତରୀୟ କଥାବାର୍ତ୍ତା ସହ ନାର୍ଡିକ ଦେଶର ନେତାଙ୍କ ସହ କଥା ହେବା ପାଇଁ ସେ ମଙ୍ଗଳବାର ଡେନମାର୍କ ଯିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବୁଧବାର ସେ ପ୍ୟାରିସରେ କିଛିସମୟ ରହି ତିନି ଦିନିଆ ୟୁରୋପ ଗସ୍ତ ଶେଷ କରିବେ ବୋଲି ଜଣାପଡିଛି । ପ୍ୟାରିସରେ ସେ ନବ ନିର୍ବାଚିତ ଫ୍ରାନସିସି ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋଙ୍କୁ ଭେଟିବେ ।

Share