ନୂଆଦିଲ୍ଲୀ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ମାସରେ ଲତା ଦିନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ମୁମ୍ବାଇରେ ଏକ ପୁରସ୍କାର ସମାରୋହରେ ମୋଦି ନିଜେ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହି ସମୟରେ ଦେବେନ୍ଦ୍ର ଫଡନବିଶ, ଆଦିତ୍ୟ ଠାକରେ, ରାଜ୍ୟପାଳ ଭଗତ ସିଂ କୋଶିୟାରି ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହି ପୁରସ୍କାର ବାବଦକୁ ମିଳିଥିବା ୧ ଲକ୍ଷ ଟଙ୍କାର ଧନରାଶିକୁ ମୋଦି ଏବେ ଚାରିଟିକୁ ଦାନ କରିଦେଇଛନ୍ତି ।
ସଙ୍ଗିତକାର ତଥା ସ୍ୱର୍ଗତ ଲତା ମଙ୍ଗେସକରଙ୍କ ସାନ ଭାଇ ଦିନାନାଥ ମଙ୍ଗେସକର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଥମଥର ଲତା ଦିନାନାଥ ମଙ୍ଗେସକର ପୁରସ୍କାରର ନଗଦ ରାଶିଦାନ କରି ଦୟାଳୁ ଓ ଏକ ଉଦାହାର ସୃଷ୍ଟି କଲାଭଳି କାମ କରିଛନ୍ତି । ଆମର ଟ୍ରଷ୍ଟ ଏହାକୁ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦି ଗାୟିକା ତଥା ଭାରତରନ୍ନ ଲତା ମଙ୍ଗେସକରଙ୍କୁ ନିଜ ଭଉଣୀ ବୋଲି ଭାବନ୍ତି । ଦିଦି ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧନ୍ତି । ଏଥର ମୋଦି ଯେତେବେଳେ ଲତା ଦିନାନାଥ ମଙ୍ଗେସକର ପୁରସ୍କାର ଗ୍ରହଣ କଲେ ସେତେବେଳେ ସେ କହିଥିଲେ ଲତା ଦିଦି ମୋତେ ବଡ ଭଉଣୀର ସ୍ନେହ ଦେବା ମୋ ପାଇଁ ବଡ ଗର୍ବର ବିଷୟ । ଏଥର କିନ୍ତୁ ରାକ୍ଷୀ ଆସିବ ଦିଦିଙ୍କ ବିନା ।