ବାରାଣସୀ,୨୫।୮: ଉତ୍ତରପ୍ରଦେଶ ବାରଣାସୀ ନିର୍ବାଚନୀ ମଣ୍ଡଳୀର ଏମ୍ପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ଥିବା କାଶୀର ଡୋମ ରାଜା ଜଗଦୀଶ ଚୌଧୁରୀଙ୍କ ପରଲୋକ ଘଟିଛି। ଗତ କିଛି ଦିନରୁ ସେ ରୋଗାଗ୍ରସ୍ତ ଥିବା ବେଳେ ମଙ୍ଗଳବାର ୫୫ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ମଣିକର୍ଣ୍ଣିକା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ତାଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଡୋମ ରାଜା କେବଳ ବନାରସ ପାଇଁ ନୁହେଁ ବରଂ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁ ଧର୍ମରୁ ଅସ୍ପୃଶ୍ୟତାକୁ ଦୂରେଇବା ପାଇଁ ମହନ୍ତ ଅବୈଧନାଥ ଡୋମ ରାଜାଙ୍କ ଘରେ ସାଧୁଙ୍କ ସହ ଭୋଜନ କରିବା ଆରମ୍ଭ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନରେ ଜଗଦୀଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବକ ରହିଥିଲେ।