ସାରା ବିଶ୍ୱରେ ପୁଣି ମୋଦିଙ୍କ ଚର୍ଚ୍ଚା, ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ପଛରେ ପକାଇଲେ ଏହି ସୁପରପାଓ୍ବାର୍ସଙ୍କୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୫: ଗ୍ଲୋବାଲ ଲିଡର ଆପ୍ରୁଭାଲରେଟିଂରେ ଏଥର ବି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟପରେ ଦେଖିବାକୁ ମିଳିଛି। ଆମେରିକା ସ୍ଥିତ କନସଲଣ୍ଟିଂ ଫର୍ମ ‘ମର୍ନିଂ କନସଲ୍ଟ’ର ଏକ ସର୍ଭେ ଅନୁଯାୟୀ ୭୮ ପ୍ରତିଶତ ରେଟିଂ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ବୋଲି କୁହାଯାଇଛି।ଏହି ସର୍ଭେରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଷଷ୍ଠ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୧୦ମ ସ୍ଥାନରେ ରହିଛନ୍ତି।
ମର୍ନିଂ କନ୍ସଲ୍ଟ ହେଉଛି ଏକ ଆମେରିକୀୟ କମ୍ପାନୀ ଯାହାକି ରାଜନେତା ଭାବରେ ଯେ କୌଣସି ଦେଶରେ ସରକାର ଚଳାଉଥିବା ନେତାଙ୍କ ଭାବମୂର୍ତ୍ତି ଉପରେ ତଥ୍ୟ ସଂଗ୍ରହ କରିଥାଏ । ଏହି କମ୍ପାନୀ ୨୦୧୪ରେ ଆରମ୍ଭ ହୋଇଥିଲା, ଯେଉଁ ବର୍ଷ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି କମ୍ପାନୀର କାର୍ଯ୍ୟ ବିଶ୍ୱ ସ୍ତରରେ ଡାଟା ଇଣ୍ଟେଲିଜେନ୍ସ। ମର୍ନିଂ କନ୍ସଲ୍ଟକୁ ଦ୍ରୁତତମ ବଢୁଥିବା ଟେକ୍ନୋଲୋଜି ଆଧାରିତ କମ୍ପାନୀ ଭାବରେ ବିବେଚନା କରାଯାଏ।

Share