Categories: ଜାତୀୟ

ରାଜ୍ୟ ସଭାରୁ ବିଦାୟ ନେଲେ ଗୁଲାମ ନବି ଆଜାଦ: ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ,୯ ।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ମଙ୍ଗଳବାର ରାଜ୍ୟ ସଭାରୁ ବିଦାୟ ନେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ପର୍କରେ କିଛି କହୁ କହୁ କାନ୍ଦି ପକାଇଥିବା ଦେଖାଯାଇଛି । ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଜମ୍ମୁ-କଶ୍ମୀରରେ ଗୁଜରାଟର ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆଉ ସେହି ସମୟରେ ପ୍ରଥମ ଫୋନ କଲ୍ ସେ ଗୁଲାମ ନବି ଆଜାଦଙ୍କଠାରୁ ପାଇଥିଲେ ବୋଲି କହିଛନ୍ତି । ଯେମିତି ଜଣେ ପରିବାର ସଦସ୍ୟଙ୍କ ପାଇଁ ଚିନ୍ତା କରନ୍ତି ଠିକ୍ ସେମିତି ଗୁଜରାଟ ଯାତ୍ରୀଙ୍କ ପାଇଁ ସେତେବେଳେ ଗୁଲାମ ନବି ଆଜାଦ ଚିନ୍ତା କରିଥିଲେ । ଏହା କହିବା ସମୟରେ କାନ୍ଦି ପକାଇଥିଲେ ମୋଦି । ସୂଚନାଯୋଗ୍ୟ, ମଙ୍ଗଳବାର ରାଜ୍ୟ ସଭାରୁ ଗୁଲାମ ନବି ଆଜାଦଙ୍କ ସହ ୪ ସଦସ୍ୟଙ୍କର କାର୍ଯ୍ୟକାଳ ପୂରଣ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ପିଡିପି, ଜଣେ କଂଗ୍ରେସ ଓ ଆଉ ଜଣେ ଭାଜପା ଏମ୍‌ପି ରହିଛନ୍ତି ।

Share