ବର୍ଲିନରେ ପହଞ୍ଚିଲେ ମୋଦି, ଶୁଭିଲା ଭାରତ ମାତା କି ଜୟ ନାରା

ବର୍ଲିନ,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନି ଦିନିଆ ୟୁରୋପ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ବର୍ଲିନରେ ପହଞ୍ଚିଛନ୍ତି। ଏଠାରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଏହି ସମୟରେ ଲୋକେ ଭାରତ ମାତା କି ଜୟ ନାରା ଦେଇଥିଲେ।
ପ୍ରଧାନମନ୍ତ୍ରୀ ପରେ ଜର୍ମାନ ଚାନ୍‌ସେଲର ଓଲାଫ ସ୍ଲୋଜ୍‌ଙ୍କ ସହ ଆଲୋଚନା କରିବେ। ଉଭୟ ରାଷ୍ଟ୍ରମୁଖ୍ୟ ଷଷ୍ଠ ଭାରତ-ଜର୍ମାନୀ ଇଣ୍ଟର ଗଭମେଣ୍ଟାଲ କନସଲଟେସନରେ ସାମିଲ ହେବେ । ଜର୍ମାନୀ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଡେନମାର୍କ ଯିବେ। ସେଠାରେ ଭାରତ-ନର୍ଡିକ ଶିଖର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବେ। ୟୁରୋପ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ସେ ଫ୍ରାନ୍ସରେ ପହଞ୍ଚି ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଏହି ଦେଶଗୁଡିକ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ କହିଛନ୍ତି।

Share