ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ

ପ୍ୟାରିସ୍‌,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କ୍ରସ ଅଫ ଲେଜିଅନ ସମ୍ମାନ ମିଳିଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ମୋଦିଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତର ଲୋକଙ୍କ ତରଫରୁ ରାଷ୍ଟ୍ରପତି ମାକ୍‌ରଁଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହାପୂର୍ବରୁ ମୋଦି ରାତ୍ରୀ ଭୋଜନ ପାଇଁ ପ୍ୟାରିସର ଏଲିସି ପ୍ୟାଲେସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ଫ୍ରାନ୍ସର ପ୍ରଥମ ଲେଡି ବ୍ରିଗିଟ ମାକ୍‌ରଁ ସ୍ବାଗତ କରିଥିଲେ। ମାକ୍‌ରଁ ମୋଦିଙ୍କ ପାଇଁ ଏକ ଘରୋଇ ରାତ୍ରୀ ଭୋଜନ କରିଥିଲେ। ବ୍ୟକ୍ତିଗତ ରାତ୍ରୀ ଭୋଜନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଥିଲେ। ଏକ ଟଇଟ୍‌ରେ ସେ କହିଛନ୍ତି, ଏଲିସି ପ୍ୟାଲେସରେ ଏକ ଘରୋଇ ରାତ୍ରୀ ଭୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ମାକ୍‌ରଁ ଏବଂ ପ୍ରଥମ ଲେଡିଙ୍କୁ ଧନ୍ୟବାଦ ଦେଉଛି।

Share