ନୂଆଦିଲ୍ଲୀ,୧୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ୩ଟି ଜାତୀୟ ଆୟୁଷ ଅନୁଷ୍ଠାନ ଉଦଘାଟନ କରିଛନ୍ତି। ଏଥିରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ) ମଧ୍ୟ ସାମିଲ ଅଛି। ଏଆଇଆଇଏରେ ସର୍ବାଧିକ ସୁବିଧା ରହିଛି। ଏହା ଜନସାଧାରଣଙ୍କ ମଧ୍ୟରେ ଆୟୁର୍ବେଦ ବିଷୟରେ ସଚେତନତା ସୃଷ୍ଟି କରିବ।
ସୂଚନା ଅନୁଯାୟୀ, ପାଣାଜୀରେ ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସ (ଡବ୍ଲୁଏସି) ର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସର ଆୟୁଷ ହସ୍ପିଟାଲର ଉଦଘାଟନ କରିଛନ୍ତି। ଏହା ସହିତ ସେ ଉତ୍ତରପ୍ରଦେଶର ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୟୁନାନି ମେଡିସିନ ଏବଂ ଦିଲ୍ଲୀର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ହୋମିଓପାଥିର ଉଦଘାଟନ କରିଥିଲେ।