Categories: ଜାତୀୟ

କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ଗାନ୍ଧିନଗର,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଶୁକ୍ରବାର ସକାଳେ ଗାନ୍ଧିନଗରରେ ପହଞ୍ଚି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି। ପ୍ରଥମେ ତାଙ୍କ ଘରେ ପହଞ୍ଚି ସମବେଦନା ଜଣାଇଲେ ହୋଇଥିଲେ। ଦୁଇଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା କେଶୁଭାଇ ପଟେଲଙ୍କର ଗୁରୁବାର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁଙ୍କୁ୯୨ ବର୍ଷ ବୟସ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି କେଶୁଭାଇ ପଟେଲଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ କହିଥିଲେ ଯେ ଆମର ପ୍ରିୟ ତଥା ସମ୍ମାନିତ କେଶୁଭାଇଙ୍କ ଦେହାନ୍ତ ହୋଇଛି। ଏଥିରେ ମୁଁ ବହୁତ ବିବ୍ରତ ଏବଂ ଦୁଃଖିତ। ସେ ଜଣେ ଉଲ୍ଲେଖନୀୟ ନେତା ଯିଏ ସମାଜର ପ୍ରତ୍ୟେକ ବିଭାଗର ଯତ୍ନ ନେଉଥିଲେ। ତାଙ୍କ ଜୀବନ ଗୁଜୁରାଟର ଅଗ୍ରଗତି ଏବଂ ପ୍ରତ୍ୟେକ ଗୁଜୁରାଟର ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ଭାଜପାକୁ ଶକ୍ତିଶାଳୀ କରିବାରେ ତାଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ଥିଲା। ସୂଚନାଯୋଗ୍ୟ, ତାଙ୍କର ଦୁଇ ଦିନିଆ ଗୁଜରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଅନେକ ଯୋଜନା ଉଦ୍‌ଘାଟନ କରିବାର ଯୋଜନା ରହିଛି।

Share