Categories: ଜାତୀୟ

୨୬/୧୧ ଆକ୍ରମଣକୁ ଦୋହରାଇବାକୁ ଯୋଜନା କରୁଥିଲେ ଆତଙ୍କବାଦୀ ମୋଦି ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ,୨୦ ।୧୧: ଜମ୍ମୁ-କଶ୍ମୀରର ନଗରୋଟାରେ ଟ୍ରକରେ ଯାଉଥିବା ଜୈଶ-ଇ-ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କର ହୋଇଥିବା ମୁକାବିଲା ପରେ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଏହି ଆତଙ୍କବାଦୀମାନେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଥିବା ଜଣାପଡିଛି । ଏହାକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ଓ ଗୁଇନ୍ଦା ସଂସ୍ଥାର ଅଧିକାରୀଙ୍କ ସହ ଏକ ସମିକ୍ଷା ବୈଠକ କରିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଯୋଜନାରେ ଥିଲେ । ହେଲେ ଗୁରୁବାର ଜମ୍ମୁ-କଶ୍ମୀରର ନଗରୋଟାରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ମୁହାଁମୁହିଁରେ ଏକ ଟ୍ରକରେ ଯାଉଥିବା ଜୈଶ-ଇ-ମହମ୍ମଦର ୪ ଆତଙ୍କବାଦୀ ନିହତ ହୋଇଥିଲେ । ଏମାନଙ୍କ ନିକଟରୁ ବହୁ ପରିମାଣରେ ମାରଣାସ୍ତ୍ର ଓ ବିସ୍ଫୋରକ ଜବତ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଆଇଜି ମୁକେଶ ସିଂ କୁହନ୍ତି ଯଦିଓ ଏମାନଙ୍କର ପରିଚୟ ମିଳିପାରି ନାହିଁ ତଥାପି ଏମାନେ ପାକିସ୍ତାନର ନୁହେଁ ବୋଲି ମଧ୍ୟ କୁହାଯାଇ ନ ପାରେ ।

Share