Categories: ଜାତୀୟ

କ୍ୟାବିନେଟ ବୈଠକ ବାତିଲ

ନୂଆଦିଲ୍ଲୀ,୬।୭: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଏକ ବୈଠକ ହେବାର ଥିଲା। ହେଲେ ଏହି ବୈଠକକୁ ଏବେ ବାତିଲ କରାଯାଇଥିବା ସୂଚନା ରହିଛି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସମେତ ଅନେକ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର ଥିଲା। କିନ୍ତୁ ଏବେ ଏହାକୁ ବାତିଲ କରାଯାଇଛି। ସନ୍ଧ୍ୟା ୫ଟାରେ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଥିଲା।

 

Share