Categories: ଜାତୀୟ

ଦୀପୋତ୍ସବ ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୩।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ସରୟୁ ନଦୀ କୂଳରେ ଭବ୍ୟ ଦୀପୋତ୍ସବ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ମା’ ସରୟୁଙ୍କ ଆଳତୀ କରିଥିଲେ। ମୋଦି କହିଛନ୍ତି, ଅଯୋଧ୍ୟାରେ ଏଭଳି ଆୟୋଜନ ଆମର ସାଂସ୍କୃିକ ଜାଗରଣର ପ୍ରତିବିମ୍ବ। ଆଜି ଆମେ ଭାଗ୍ୟବାନ ଯେ ଅଯୋଧ୍ୟାର ଏହି ମହାନ ଏବଂ ଇଶ୍ୱରୀୟ ରୂପ ଦେଖୁଛୁ। ଯେତେବେଳେ ଆମେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁ, ସେତେବେଳେ ଆମେ ବିଶ୍ୱାସ କରୁ ଯେ ଆମେ ଯାହା କରୁଛୁ ତାହା ମାନବ କଲ୍ୟାଣ ପାଇଁ ଅଟେ। ମଧ୍ୟଯୁଗରୁ ଆଧୁନିକ ସମୟ ପର୍ଯ୍ୟନ୍ତ ଭାରତକୁ ସମସ୍ତ ଝଡଝଞ୍ଜାର ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ଅନେକ ସଭ୍ୟତା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା, କିନ୍ତୁ ଭାରତ ପ୍ରତ୍ୟେକ ଅନ୍ଧକାର ଯୁଗରୁ ବାହାରି ନିଜର ଶକ୍ତି ସହିତ ଭବିଷ୍ୟତ ଗଠନ କରିଥିଲା।
ଗତବର୍ଷ ଅଯୋଧ୍ୟାର ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତ ବର୍ଷ ୪୦ଟି ଘାଟରେ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ୧୮ଲକ୍ଷ ଦୀପ ଜଳାଇବାକୁ ୩୫ହଜାର ଲିଟର ସୋରିଷ ତେଲ ବ୍ୟବହାର କରାଯିବ। ଏହି କାମରେ ନିୟୋଜିତ ହେବେ ୨୨ହଜାରରୁ ଅଧିକ ସେୱଚ୍ଛାସେବୀ। ୪୦ ମିନିଟ ଭିତରେ ଏହି ସମସ୍ତ ଦୀପକୁ ଜଳାଯିବ।

Share