Categories: ଜାତୀୟ

ଦାଣ୍ଡି ଯାତ୍ରାକୁ ସବୁଜ ସଙ୍କେତ ଦେଲେ ମୋଦି

ଅହମଦାବାଦ,୧୨ ।୩: ଆସନ୍ତା ୨୦୨୨ ମସିହାରେ ଦେଶ ପାଳନ କରିବାକୁ ଯାଉଛି ସ୍ୱାଧିନତାର ୭୫ ବର୍ଷ । ଏହାସହ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହକୁ ବି ୯୧ ବର୍ଷ ପୂରଣ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାବରମତି ଆଶ୍ରମରେ ଅମୃତ ମହୋତ୍ସବର ଶୁଭାରମ୍ଭ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କାର୍ଯ୍ୟକ୍ରମ ଶେଷରେ ମୋଦି ଦାଣ୍ଡି ଯାତ୍ରାକୁ ସବୁଜ ସଙ୍କେତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ ।

Share