Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ମିଳିଲା ୭୫୦୦କୋଟିର ଉପହାର

ରାୟପୁର,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତିଶଗଡର ରାୟପୁର ଗସ୍ତରେ ଅଛନ୍ତି। ସକାଳ ୧୦ଟା ୪୫ରେ ସେ ରାୟପୁରରେ ପହଞ୍ଚିଛନ୍ତି। ଏହାପରେ ସେ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ସାଇନ୍ସ କଲେଜ ଗ୍ରାଉଣ୍ଡ ପହଞ୍ଚିଛନ୍ତି। ଏହି ସମୟରେ ସଡ଼କ ସହ ଜଡିତ ୫ କେନ୍ଦ୍ରୀୟ ପରିଯୋଜନାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିଛନ୍ତି। ଏଥିରେ ରାଜ୍ୟବାସୀଙ୍କୁ ପ୍ରାୟ ୭୫୦୦ କୋଟିର ଉପହାର ମିଳିଛି। ଏହିସବୁ ପରିଯୋଜନାର ଶୁଭାରମ୍ଭ କରି ମୋଦି ଏକ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଛତିଶଗଡରେ ଭିତ୍ତିଭୁମି ବିକାଶ ତଥା ରାଜ୍ୟର ଅଗ୍ରଗତିକୁ ତ୍ୱରାନ୍ବିତ କରିବ।
ଏହି ଅବସରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଞ୍ଚ ଉପରେ ମୋଦିଙ୍କୁ ସମ୍ମାନୀତ କରିଛନ୍ତି। ଏହି ସମୟରେ ମଞ୍ଚ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଭାଜପାର ଅନ୍ୟ ବରିଷ୍ଠ ନେତା ବି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ହେଲିକପ୍ଟରରୁ ଓହ୍ଲାଇବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିଛନ୍ତି। ଏହାର କିଛି ଫଟୋ ମୁଖ୍ୟମନ୍ତ୍ରୀ ବାଘେଲ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତା କୌଶଲ୍ୟା ଏବଂ ପ୍ରଭୁ ରାମଙ୍କ ରାଜ୍ୟକୁ ସ୍ବାଗତ କରିଛନ୍ତି ବୋଲି ଟୁଇଟ କରି ଲେଖିଛନ୍ତି।
ରମଣ ସିଂ ଟୱିଟ କରି ଲେଖିଛନ୍ତି ଯେ ଛତିଶଗଡର ଏହି ପବିତ୍ର ରାଜ୍ୟକୁ ଆମେ ଆପଣଙ୍କୁ ସ୍ବାଗତ କରୁଛୁ।

Share