Categories: ଜାତୀୟ

ଆରଆରଟିଏସ କରିଡରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ମୁଁ ପିଲାଦିନ ରେଳ ପ୍ଲାଟଫର୍ମରେ ବିତାଇଛି

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାହିବାବାଦ ରାପିଡଏକ୍ସ ଷ୍ଟେଶନରେ ଦେଶକୁ ଦିଲ୍ଲୀ-ଗାଜିଆବାଦ-ମେରଠ ଆରଆରଟିଏସ କରିଡର ଉପହାର ଦେଇଛନ୍ତି। ସାହିବାବାଦ ଏବଂ ଦୁହାଇ ଡିପୋ ମଧ୍ୟରେ ଚାଲିବାକୁ ଥିବା ପ୍ରଥମ ରାପିଡଏକ୍ସ ଟ୍ରେନକୁ ସବୁଜ ପତାକା ଦେଖାଛନ୍ତି। ଏହିପରି ଭାବରେ ଦେଶରେ ପ୍ରଥମ ଆଞ୍ଚଳିକ ଦ୍ରୁତ ଗମନାଗମନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଠାରେ ଥିବା ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ମୋର ପିଲାଦିନ ରେଳ ପ୍ଲାଟଫର୍ମରେ ଅତିବାହିତ କରିଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନବରାତ୍ରୀ ପର୍ବ ଚାଲିଛି। ଏଥିରେ ଶୁଭ କାମ କରିବାର ପରମ୍ପରା ଅଛି। ମୁଁ ଦିଲ୍ଲୀ-ଏନସିଆର ଏବଂ ସମଗ୍ର ପଶ୍ଚିମ ୟୁପିକୁ ଅଭିନନ୍ଦନ ଜଣାଉଛି। ଏହି ଆରଆରଟିଏସ କରିଡର ଭାରତର ନୂତନ ପ୍ରକଳ୍ପକୁ ପୂରଣ କରେ। ରାଜ୍ୟର ବିକାଶ ହେତୁ ଭାରତର ବିକାଶ ସମ୍ଭବ ହୋଇପାରିଛି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ଘୋଷଣା କରିଛନ୍ତି ଯେ, ଆରଆରଟିଏସ ଟ୍ରେନଗୁଡିକ ‘ନାମୋ ଭାରତ’ ନାମରେ ପରିଚିତ ହେବ।

 

Share