କରୋନା ଆତଙ୍କ: ଏପ୍ରିଲ ୮ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୫।୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥି ସହ କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତା ବଢ଼ାଇଛି। ଦେଶରେ ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୮ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିବେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଭାଇରସ୍‌ ବିରୋଧରେ ମୁକାବିଲା ଓ ଟିକାକରଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ରହିଛି। ଏହା ପୂର୍ବରୁ ବର୍ଦ୍ଧିତ କରୋନା ମାମଲାକୁ ନେଇ ଏପ୍ରିଲ ୪ରେ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ।

Share