Categories: ଜାତୀୟ

ଗଲଓ୍ବାନ ଘାଟିରେ ଆହତ ଯବାନଙ୍କୁ ହସ୍ପିଟାଲରେ ଭେଟିଲେ ମୋଦି

ଲେହ,୩।୭: ଲଦାଖ ଏଲ୍‌ଏସିର ଗଲଓ୍ବାନ ଘାଟିରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି। ଏହି ଉତ୍ତେଜନାକୁ ଶେଷ କରିବା ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅଚାନକ ଲଦାଖର ରାଜଧାନୀ ଲେହକୁ ଗସ୍ତ କରିଛନ୍ତି। ଲେହ ନିକଟରେ ଥିବା ନିମୁ ପୋଷ୍ଟରେ ମୋଦି ସ୍ଥାନୀୟ ଅଧିକାରୀଙ୍କୁ ଭେଟି ସୀମାରେ ଚାଇନା ସହ ଦେଖାଦେଇଥିବା ଉତ୍ତେଜନା ବିଷୟରେ ପଚାରି ବୁଝିଥିଲେ। ଏଥିସହ ସୀମାର ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ସିଡିଏସ୍‌ ମୁଖ୍ୟ ବିପିନ ରାଓ୍ବତ ମଧ୍ୟ ଉପସ୍ଥିତ ଥିଲେ। ପରେ  ସେନା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ଆହତ ଯବାନଙ୍କୁ ମୋଦି ଭେଟିଥିଲେ। ଯବାନଙ୍କ ସ୍ବାସ୍ଥାବସ୍ଥା ବିଷୟରେ ପଚାରି ବୁଝିବା ସହ ମୋଦି ସେମାନଙ୍କ ଉତ୍ସାହ ବଢ଼ାଇଥିଲେ।

Share