Categories: ଜାତୀୟ

ଖୁବ୍‌ଶୀଘ୍ର ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ: ସାଧାରଣତନ୍ତ୍ର ଦିବସ ଅବସରରେ ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୨।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖୁବ୍‌ଶୀଘ୍ର ଭାରତକୁ ଆସିବେ। ଶୁଣିବାକୁ ମିଳିଛି ଆସନ୍ତାବର୍ଷ ଜାନୁଆରୀ ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ବୋରିସ ଜନସନ ମୁଖ୍ୟ ଅତିଥି ଭାବେ ସାମିଲ ହୋଇପାରନ୍ତି। ଏଥିପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣପତ୍ର ପଠାଯାଇଛି। ନଭେମ୍ବର ୨୭ରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନଙ୍କ ମଧ୍ୟରେ ଫୋନ ଯୋଗେ ଆଲୋଚନା ହୋଇଥିଲା। ଏହି ସମୟରେ ମୋଦି ତାଙ୍କୁ ମୁଖ୍ୟ ଅତିଥି ଭାବେ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ବୋଲି ଜଣାପଡ଼ିଛି। ସେହିପରି ଜନସନ ମଧ୍ୟ ଆସନ୍ତା ବର୍ଷ ବ୍ରିଟେନରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀ ପାଇଁ ତାଙ୍କ ପକ୍ଷରୁ ମୋଦିଙ୍କୁ ଆମନ୍ତ୍ରିତ କରିଛନ୍ତି। ତେବେ ବ୍ରିଟିଶ ହାଇକମିଶନଙ୍କ ମୁଖପାତ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ହୋଇନାହିଁ। କିନ୍ତୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଖୁବ୍‌ଶୀଘ୍ର ଭାରତକୁ ଆସିବାକୁ ଇଚ୍ଛୁକ ବୋଲି ସେ କହିଛନ୍ତି।

 

Share