Categories: ଜାତୀୟ

ବିଶ୍ୱ ନେତାଙ୍କ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ : ନଡ୍ଡା

ନୂଆଦିଲ୍ଲୀ,୨।୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଲୋକପ୍ରିୟ ବିଶ୍ୱ ନେତା। ମୋଦିଙ୍କୁ ଏହି ମାନ୍ୟତା ଦେଇଛି ଆମେରିକାର ଏକ ସର୍ଭେ ସଂସ୍ଥା ମର୍ନିଂ କନସଲ୍ଟ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭାଜପାର ରାଷ୍ଟ୍ରମୁଖ୍ୟ ଜେ. ପି. ନଡ୍ଡା। ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଓ କୋଭିଡ-୧୯ ସଙ୍କଟକୁ ଦକ୍ଷତାର ସହ ପରିଚାଳନା କ୍ଷେତ୍ରରେ ମୋଦି ଅନ୍ୟ ବିଶ୍ୱ ନେତାଙ୍କୁଠାରୁ ଖୁବ୍‌ ଆଗରେ ଅଛନ୍ତି।

ଏ ସଂପର୍କରେ ସୂଚନା ଦେଇ ବିଜେପି ମୁଖ୍ୟ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମତାକୁ ଆସିବାକୁ ପରେ ସରକାରଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ବଢ଼ିଛି। ଦେଶ ଉଚିତ ଦିଗରେ ଆଗାଉଥିବା ସାଧାରଣ ଲୋକେ ବୁଝିପାରିଛନ୍ତି। ଆମେରିକୀୟ ସର୍ଭେ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଫଳାଫଳ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା କେବଳ ଦେଶରେ ବଢ଼ିଛି ତା ନୁହେଁ ବିଶ୍ୱ ନେତାଙ୍କ ଭିତରରେ ମଧ୍ୟ ସେ ଏକ ନମ୍ବର ।

Share