Categories: ଜାତୀୟ

ବିନା ପୁରୁଷ ସାଥିରେ ୪୦୦୦ ମହିଳା କରିଛନ୍ତି ହଜ ଯାତ୍ରା: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ହେଉଛି ୧୦୩ ତମ ଏପିସୋଡ। ଏହି ଏପିସୋଡରେ ପ୍ରଧାନମନ୍ତ୍ରୀ କିଛି ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଦେଶବାସୀଙ୍କ ଅସାଧାରଣ ସାହସର ପ୍ରଶଂସା କରିଛନ୍ତି ଓ ମୌସୁମୀ କଥା କହି ଜଳ ସଂରକ୍ଷଣର କଥା ଉଠାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ କିଛି ଦିନ ହେଲା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଚିନ୍ତା ବଢିଛି। ଯମୁନା ପରି ଅନେକ ନଦୀରେ ବନ୍ୟା ହେତୁ ଲୋକଙ୍କୁ ଅନେକ ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ପାହାଡ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ ଘଟିଛି। ଏସବୁ ବିପଦ ସହିତ ଆମେ ଏକତ୍ର ହୋଇ ଏକାକି ଲଢିଲୁ। ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ କଲ୍ୟାଣ ହେଉଛି ଭାରତର ଆତ୍ମା ଏବଂ ଶକ୍ତି।
ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ପବିତ୍ର ଶ୍ରାବଣ ମାସ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଭାରତର ତୀର୍ଥଯାତ୍ରାର ଗୁରୁତ୍ୱ ବଢିଛି ଏବଂ ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲୋକମାନେ ଆସୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମର ପର୍ବ, ଆମର ପରମ୍ପରା ଆମକୁ ଗତିଶୀଳ କରିଥାଏ।
ଶ୍ରାବଣ ମାସରେ ଦେଶର ୧୨ ଜ୍ୟୋର୍ତିଲିଙ୍ଗରେ ଭକ୍ତଙ୍କ ଲାଇନ ଲାଗିଛି। ସମଗ୍ର ବିଶ୍ୱରୁ ଭକ୍ତମାନେ ଭାରତର ତୀର୍ଥସ୍ଥାନକୁ ଆସୁଛନ୍ତି। ମୁଁ ଜାଣିବାକୁ ପାଇଲି ଯେ ଆମେରିକାର କାଲିଫର୍ନିଆର ଦୁଇଜଣ ବନ୍ଧୁ ଅମରନାଥ ଯାତ୍ରାରେ ଆସିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ମଧ୍ୟ ସେହି ମୁସଲମାନ ମହିଳାମାନଙ୍କଠାରୁ ବହୁ ସଂଖ୍ୟକ ଚିଠି ପାଇଛି, ଯେଉଁମାନେ ନିକଟରେ ‘ହଜ’ ଯାତ୍ରା ଶେଷ କରିବା ପରେ ଫେରିଛନ୍ତ। ଏହି ମହିଳାମାନେ କୌଣସି ପୁରୁଷ ସାଥୀ କିମ୍ବା ‘ମେହେରାମ’ ବିନା ‘ହଜ’ କରିଛନ୍ତି। ସେମାନଙ୍କର ସଂଖ୍ୟା କେବଳ ୫୦ କିମ୍ବା ୧୦୦ ନୁହେଁ ବରଂ ୪,୦୦୦ରୁ ଅଧିକ। ଏହା ଏକ ବିରାଟ ପରିବର୍ତ୍ତନ, ପୂର୍ବରୁ ମୁସଲମାନ ମହିଳାମାନଙ୍କୁ ‘ମେହେରାମ’ ବିନା ‘ହଜ’ କରିବାକୁ ଅନୁମତି ଦିଆଯାଇ ନ ଥିଲା। ମେହେରାମ ବିନା ହଜ କରୁଥିବା ମୁସଲମାନ ମହିଳାମାନଙ୍କ ପାଇଁ ମହିଳା ସଂଯୋଜକ ନିଯୁକ୍ତ କରିଥିବାରୁ ମୁଁ ସୌଦି ଆରବ ସରକାରଙ୍କୁ ଧନ୍ୟବାଦ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Share