ଏହି ଯୁବକଙ୍କ ଜଣେ ବଡ଼ ପ୍ରଶଂସକ ପ୍ରଧାନମନ୍ତ୍ରୀ ମୋଦି: ଟୁଇଟର୍‌ରେ କରୁଛନ୍ତି ଫଲୋ

ଭୋପାଳ,୨୫।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଖରଗୋନ ଜିଲାର ନିଆରା ଚିତ୍ରକାର ଆୟୁଷ କୁନ୍ଦଲଙ୍କ ଜଣେ ବଡ଼ ପ୍ରଶଂସକ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଚିତ୍ରକାରଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲକୁ ଫଲୋ କରି ୟୁଟ୍ୟୁବକୁ ଲିଙ୍କ ଶେୟାର କରିଥିଲେ। ଆୟୁଷ ବାରୱାର ବାସିନ୍ଦା। ନିକଟରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଦେଇଥିଲେ।
ବାରୱାର ଦିବ୍ୟାଙ୍ଗ ଆୟୁଷଙ୍କ ଚିତ୍ର ଲୋକମାନଙ୍କୁ ବହୁତ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ଆୟୁଷଙ୍କ ମା ପୁଅର ସ୍ବପ୍ନ ବିଷୟରେ କହିଥିଲେ। ଏମ୍‌ପି ଦୀନେଶ୍ୱର ପାଟିଲଙ୍କ ସହଯୋଗରେ ୧୫ ମିନିଟର ଏହି ଭେଟରେ ଆୟୁଷ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ଜିନିଷ ରଖିଥିଲେ। ଦିବ୍ୟାଙ୍ଗ ଆୟୁଷ ସେରେବ୍ରାଲ ପାଲସିରେ ପୀଡିତ। ସେ ଗୋଡରେ ଚିତ୍ର ଆଙ୍କନ୍ତି। ଆୟୁଷଙ୍କୁ ଭେଟିବା ପରେ ପିଏମ ମୋଦି ଟୁଇଟ୍‌ କରିଛନ୍ତି – ଆପଣ ଯେଉଁଭଳି ଭାବରେ ଗୋଡ ଆଙ୍ଗୁଠିରେ ନିଜ ଭାବନା ବ୍ୟକ୍ତ କରି ଚିତ୍ର ଆଙ୍କିବାରେ ସକ୍ଷମ ହୋଇଛନ୍ତି, ତାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରେରଣା ଯୋଗାଇବ।
ପ୍ରାୟ ଦେଢ ବର୍ଷ ପୂର୍ବେ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆୟୁଷଙ୍କ ଚିତ୍ର ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ସେ ମୁମ୍ବାଇରେ ତାଙ୍କୁ ଭେଟିଥିଲେ। ଏହି ସମୟରେ ଅମିତାଭ ବଚ୍ଚନ ଆୟୁଷଙ୍କ ପେଣ୍ଟିଂକୁ ୫୦ ହଜାର ଟଙ୍କାରେ କିଣିଥିଲେ।

Share