Categories: ଜାତୀୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଜଣାପଡିଛି॥ ରାଷ୍ଟ୍ରପତିଙ୍କ ଟୁଇଟ୍‌ ହ୍ୟାଣ୍ଡେଲରୁ ଦୁଇଟି ସାକ୍ଷାତ ସମୟର ୨ଟି ଫଟୋ ପ୍ରକାଶ ପାଇଛି। କିନ୍ତୁ ଏହି ବୈଠକ କେତେ ସମୟ ପର୍ଯ୍ୟନ୍ତ ଚାଲିଥିଲା ଏବଂ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।
ସୂଚନାଯୋଗ୍ୟ, ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ରାଷ୍ଟ୍ରପତି ପଦ ପାଇଁ ଜୁଲାଇ ୧୮ରେ ନିର୍ବାଚନ ଅନୁଷ୍ଠିତ ହେବ।

Share