Categories: ଖେଳ

ଟିମ ଇଣ୍ଡିଆ ଖେଳାଳିଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୧: ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ହାରିଯାଇଛି। ଅଷ୍ଟ୍ରେଲିଆ ମ୍ୟାଚରେ ଟିମ ଇଣ୍ଡିଆକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମରେ ପହଞ୍ଚିଥିଲେ। ମ୍ୟାଚରେ ଦଳର ପରାଜୟ ପରେ ସେ ଡ୍ରେସିଂ ରୁମରେ ପହଞ୍ଚି ସମସ୍ତ ଖେଳାଳିଙ୍କୁ ଆଶ୍ୱାସନା ଦେଉଥିବା ନଜର ଆସିଥିଲେ। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ଭେଟି କହିଥିଲେ ଯେ ଆପଣ ପୂରା ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଫାଇନାଲରେ ହାରିଗଲେ,କିଛି କଥା ନାହିଁ, ଖେଳରେ ଏଭଳି ହୁଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ପରସ୍ପରକୁ ଉତ୍ସାହିତ କର ଏବଂ ଆପଣ ସମସ୍ତେ ଯେତେବେଳେ ଫ୍ରି ହେବେ ଦିନେ ଦିଲ୍ଲୀ ଆସବେ, ମୁଁ ଆପଣଙ୍କ ସହିତ ବସିବି। ମୋ ତରଫରୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା।

Share