ବିଶ୍ୱକପ ୨୦୨୩ ଫାଇନାଲ: ବିଜେତା ଟିମକୁ ଟ୍ରଫି ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ,୧୭।୧୧: ଚାଲିଥିବା ୨୦୨୩ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ହେବାକୁ ଯାଉଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଣ୍ଣାୟକ ମୁକାବିଲାରେ ଯୋଗଦେବେ ଏବଂ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ମ୍ୟାଚରେ ଯୋଗଦେବା ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ନିମନ୍ତ୍ରଣ କରାଯାଇଛି। ଏବେ ଖବର ଆସିଛି ଯେ, ମ୍ୟାଚ ଶେଷରେ ବିଜେତା ଟିମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରଫି ପ୍ରଦାନ କରିପାରନ୍ତି।

୨୦୦୩ ପରେ ଦ୍ୱିତୀୟ ଥର ଦୁଇ ଟିମ୍ ବିଶ୍ୱକପ ଫାଇନାଲରେ ଭେଟାଭେଟି ହେବେ। ୨୦ ବର୍ଷ ତଳେ ଭାରତ ହାରି ହାଇଥିବା ବେଳେ ଚଳିତ ଥର ଏହାର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ। ସେ ସମୟରେ ଷୌଭ ଗାଙ୍ଗୁଲି ଭାରତର ଅଧିନାୟକ ଥିବା ବେଳେ ରିକି ପଣ୍ଟିଂ ଅଷ୍ଟ୍ରେଲିଆର ନେତୃତ୍ୱ ନେଉଥିଲେ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ଫାଇନାଲରେ ପହଞ୍ଚିଥିଲା। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ହରାଇ ଫାଇନାଲ ଆସିଛି। ଫାଇନାଲ ପୂର୍ବରୁ ଦୁଇ ଦଳ ଲିଗ ପର୍ଯ୍ୟାୟରେ ଚେନ୍ନାଇର ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପ୍‌ର ପଞ୍ଚମ ଗେମ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ଜୋରଦାର କଥା କଟାକଟି!

ନୂଆଦିଲ୍ଲୀ,୩୦।୧୦: ଟି୨୦ ବିଶ୍ୱକପ୍‌ ୨୦୨୪ ବିଜୟ ପରେ ସେଲିବ୍ରେଶନ୍‌ ମୁଡ୍‌ରେ ଥିବା ଭାରତୀୟ ଟିମ୍‌ର ଖୁସିରେ ଲାଗିଛି ବ୍ରେକ୍‌। ଟି୨୦ ଫର୍ମାଟରେ ଦଳ ଜବରଦସ୍ତ ପ୍ରଦର୍ଶନ...

ଶୁଭମନ ଗିଲ୍‌ ନେଲେ ବଡ଼ ନିଷ୍ପତ୍ତି, ଅପେକ୍ଷାରେ ଥିବା ଏହି ଦଳକୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୩୦।୧୦: ଆଇପିଏଲ୍‌ ରିଟେନ୍‌ଶନର ଅନ୍ତିମ ତାରିଖ ହେଉଛି ଅକ୍ଟୋବର ୩୧। ଏହା ପୂର୍ବରୁ ଅନେକ ଚମକାଇବା ଭଳି ଖବର ସାମ୍ନାକୁ ଆସୁଛି। ପ୍ରଥମରୁ ଶ୍ରେୟାସ ଆୟର,...

ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌; ଟେଷ୍ଟ କ୍ରିକେଟରେ ଘଟିଲା ଅଜବ ଘଟଣା; ଦେଖନ୍ତୁ Video

ନୂଆଦିଲ୍ଲୀ,୩୦।୧୦: ବାଲାଂଦେଶ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଏହି ସିରିଜକୁ ବିଜୟରୁ ଆରମ୍ଭ କରିଥିଲା।...

ପୁଣି ଆରସିବି ଅଧିନାୟକ ପଦ ସମ୍ଭାଳିବେ ବିରାଟ; ଆସିଲା ବଡ଼ ଖବର

ମୁମ୍ବାଇ,୩୦।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ପୁଣି ଦେଖିବାକୁ ମିଳିବ ବିରାଟଙ୍କ ଗର୍ଜନ। ଏବେ ଖେଳୀବା ବ୍ୟାଟିଂରେ ନୁହେଁ ବିରାଟ ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ...

‘ସେଞ୍ଚୁରୀ କୁଇନ୍‌’ ହେଲେ ସ୍ମୃତି ମନ୍ଧନା: ଭାଙ୍ଗିଦେଲେ ସବୁ ରେକର୍ଡ

ନୂଆଦିଲ୍ଲୀ,୩୦।୧୦: ସ୍ମୃତି ମନ୍ଧନା ତାଙ୍କ ନାମରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଇତିହାସରେ ସର୍ବାଧିକ ଦିନିକିଆ ଶତକ...

୧୩ ହଜାର କି.ମି. ସାଇକେଲ ଚଳାଇ ରୋନାଲ୍‌ଡୋଙ୍କୁ ଭେଟିଲେ ପ୍ରଶଂସକ

ରିୟାଧ୍‌:ପ୍ରସିଦ୍ଧ ଫୁଟ୍‌ବଲର ତଥା କିମ୍ବଦନ୍ତୀ କ୍ରୀଡ଼ାବିତ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କର ବିଶ୍ୱବ୍ୟାପୀ ପ୍ରଶଂସକ ରହିଛନ୍ତି। ସମ୍ପ୍ରତି ତାଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ସାଇକେଲ ଯୋଗେ ୧୩...

ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ସ୍ତ୍ରୀ, ଜାଣନ୍ତୁ ତାଙ୍କ ବୟଫ୍ରେଣ୍ଡ୍ କିଏ

ମୁମ୍ବାଇ,୩୦/୧୦:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। କେତେବେଳେ ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ତ କେତେବେଳେ ଲୁକ୍ କାରଣରୁ...

ଟିମ୍‌ ଇଣ୍ଡିଆର ଏହି ଅଲରାଉଣ୍ଡରଙ୍କ ଦାମ୍‌ ବଢିଲା: ଏବେ କୋଟି କୋଟି ଟଙ୍କାରେ ହେବେ ବିକ୍ରି

ନୂଆଦିଲ୍ଲୀ,୨୯।୧୦: ନିକଟରେ ପୁଣେରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୱାଶିଂଟନ ସୁନ୍ଦର ଚମତ୍କାର ପ୍ରଦର୍ଶନ କରିଥିଲେ। ବୋଲିଂ ସହିତ ସେ ବ୍ୟାଟିଂରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri