Advertisement

ଲାଲକିଲାରେ କୁନି ପିଲାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୫।୮: କରୋନା କାଳରେ ଦେଶରେ ୭୪ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢ଼େ ୭ଟାରେ ଲାଲକିଲାରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ। ଏହାପରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସମ୍ବୋଧନ ଆରମ୍ଭରୁ ତାଙ୍କୁ କୁନି କୁନି ପିଲାଙ୍କ କଥା ମନେପଡ଼ିଥିଲା। ଯେଉଁମାନେ ପ୍ରତିବର୍ଷ ତାଙ୍କ ସାମ୍ନାରେ ବସିଥାନ୍ତି। ସୂଚନାଯୋଗ୍ୟ, ସ୍ବାଧିନତା ଦିବସ ଉପଲକ୍ଷେ ପ୍ରଥମେ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ମୋଦି। ଏଥିସହ ନିଜ ଭାଷଣରେ କହିଥିଲେ, ଆଜି କୁନି କୁନି ପିଲାମାନେ ମୋ ସମ୍ମୁଖରେ ନଜର ଆସୁନାହାନ୍ତି। କାରଣ କରୋନା ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଅଟକାଇ ରଖିଛି ବୋଲି ମୋଦି କହିଛନ୍ତି। ସୂଚନା ମୁତାବକ ଚଳିତ ବର୍ଷ ସ୍ବାଧିନତା ଦିବସରେ କରୋନା ଯୋଗୁ କୁନି ପିଲାମାନେ ସାମିଲ ହୋଇପାରିନାହାନ୍ତି। ଏହି କାର୍ଯ୍ୟକ୍ରମକୁ କେବଳ ସୀମିତ ଅତିଥିଙ୍କୁ ହିଁ ନିମନ୍ତ୍ରଣ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share