Categories: ଜାତୀୟ

ତେଲଙ୍ଗାନାର ଭଦ୍ରକାଳୀ ମନ୍ଦିରରେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ରାଜ୍ୟ ଗସ୍ତର ଆଜି ଦ୍ୱିତୀୟ ଦିନ। ବର୍ତ୍ତମାନ ସେ ତେଲଙ୍ଗାନାରେ ଅଛନ୍ତି ଏବଂ ଏହା ପରେ ସେ ରାଜସ୍ଥାନ ଯିବେ। ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନାରେ ପହଞ୍ଚିବା ମାତ୍ରେ ସେ ସକାଳେ ବାରଙ୍ଗଲସ୍ଥିତ ଭଦ୍ରକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ସେ ଏଠାରେ ଥିବା ଗାଈକୁ ଖୁଆଇ ଦେଉଥିବା ଫଟୋ ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଠାରୁ ଚାରିଟି ରାଜ୍ୟ ଗସ୍ତରେ ଅଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ ଏବଂ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ଆଜି ତେଲଙ୍ଗାନା ଏବଂ ରାଜସ୍ଥାନରେ ଗସ୍ତରେ ଅଛନ୍ତି।

Share